ଯାଜପୁର : କେଲୁଅ ଘାଇର ଭିଜିଲାନ୍ସ ତଦନ୍ତ ଆରମ୍ଭ

Advertisment

ମନୁଷ୍ୟକୃତ ଘାଇକୁ ନେଇ ପୁଣି ଚର୍ଚ୍ଚା, ଘାଇ ହୋଇଥିବା ପ୍ରତିନିଧି ଦଳର ସ୍ବୀକାର

ମନୁଷ୍ୟକୃତ ଘାଇକୁ ନେଇ ପୁଣି ଚର୍ଚ୍ଚା, ଘାଇ ହୋଇଥିବା ପ୍ରତିନିଧି ଦଳର ସ୍ବୀକାର

ଯାଜପୁର : କେଲୁଅ ଘାଇର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଯାଜପୁର/ଧର୍ମଶାଳା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଯାଜପୁର ଜିଲ୍ଲା କେଲୁଅ ନଦୀର ରମାପୁରଠାରେ ମନୁଷ୍ୟକୃତ ଘାଇର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଶିଶିର ପଟ୍ଟନାୟକ, କଟକ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ହରନାରାଣ ପତି ଓ ବୈଷୟିକ ବିଭାଗର ଯନ୍ତ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଘାଇ ହୋଇଥିବା ସ୍ଥାନ ଅନୁଧ୍ୟାନ କରିଛନ୍ତି। ଏଠାରେ ଘାଇ ହୋଇଥିବା ପ୍ରତିନିଧି ଦଳ ସ୍ବୀକାର କରିଥିବାବେଳେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି।

publive-image

ବନ୍ୟା ସମୟର ଅଗଷ୍ଟ ୨୮ତାରିଖ ରାତିରେ ଧର୍ମଶାଳା ବ୍ଲକ୍‌ର କୋତପୁର ପଞ୍ଚାୟତ ଅନ୍ତର୍ଗତ ରମାପୁର-ବୁଦ୍ଧଲିଙ୍ଗ ଛକ ମଧ୍ୟରେ କେଲୁଅ ନଦୀବନ୍ଧରେ ବିସ୍ଫୋରଣ କରି ଦୁବୃର୍ତ୍ତମାନେ ଘାଇ ସୃଷ୍ଟି କରିଥିଲେ। ଏହି ମନୁଷ୍ୟକୃତ ଘାଇକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ହୋଇଥିଲା ବେଳେ ଧର୍ମଶାଳା ଥାନାରେ ଏତଲା ହୋଇଥିଲା। ଏହା ଏକ ମନୁଷ୍ୟକୃତ ଘାଇ ବୋଲି ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସ୍ବୀକାର କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରୁ ୨ଜଣଙ୍କୁ ଗିରଫ କରାଯାଇଛି ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ କହିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ‌ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।

publive-image

ଅନ୍ୟପକ୍ଷରେ, ୨୬କୋଟି ୪୭ଲକ୍ଷ ଟଙ୍କା‌େର ନିର୍ମିତ ପୂର୍ତ୍ତ ବିଭାଗର ରାସ୍ତା ନିମ୍ନମାନର ହୋଇଥିବାରୁ ‌ଏହାକୁ ଲୁଚାଇବା ପାଇଁ ଯୋଜନାବଦ୍ଧ ଭାବେ ଘାଇ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବାରୁ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ, ଦାୟିତ୍ବ‌ରେ ଥିବା ସହକାରୀ ଯନ୍ତ୍ରୀ ନରେନ ଜେନାଙ୍କ ସହିତ ୬ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଲୋକାୟୁକ୍ତ ନିର୍ଦ୍ଦେଶରେ ଭିଜିଲାନ୍ସ୍ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଯାଇଛନ୍ତି। ଆଜିର ତଦନ୍ତ ପରେ ମନୁଷ୍ୟକୃତ ଘାଇକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe