ରାସ୍ତା କାମରେ ଦୁର୍ନୀତି ନେଇ ଭିଜିଲାନସ୍‌ର ତସନ୍ତ ଆରମ୍ଭ

Advertisment
ରାସ୍ତା କାମରେ ଦୁର୍ନୀତି ନେଇ ଭିଜିଲାନସ୍‌ର ତସନ୍ତ ଆରମ୍ଭ

ଭଦ୍ରକ: ଭଦ୍ରକ ବ୍ଲକର ଗୁଜିଦରଡ଼ା ପଞ୍ଚାୟତରେ ସରକାରୀ ଅନୁଦାନରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାଲେଶ୍ବର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ୧୦ଟି ରାସ୍ତା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଏଇ ଅଭିଯୋଗକୁ ଭିତ୍ତିକରି ବାଲେଶ୍ବର ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ମଙ୍ଗଳବାର ଭଦ୍ରକ ବ୍ଲକ ଅନ୍ତର୍ଗତ ଗୁଜିଦରଡା ପଞ୍ଚାୟତରେ ହୋଇଥିବା ରାସ୍ତା ଓ ଡ୍ରେନ୍ କାମର ଅନିୟମିତା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ତଦନ୍ତ ବେଳେ ଭଦ୍ରକ ଭିଜିଲାନସ ଟିମ୍‌, ଭଦ୍ରକ ଆରଡି ଡିଭିଜନର ଅଧିକାରୀ, ଯନ୍ତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଭିଜିଲାନସ୍ ପକ୍ଷରୁ ଏଇ ତଦନ୍ତ ଦୁଇ ଦିନ ଧରି ଚାଲିବ। ନିମ୍ନମାନର କାମ କରାଯାଇଥିବା ନେଇ ସ୍ଥାନୀୟ ଲୋକମାନେ ଯେଉଁ ଅଭିଯୋଗ  କରିଥିଲେ। ସେହିସବୁ ଅଭିଯୋଗକୁ ଭିତ୍ତିକରି  ଭଦ୍ରକ ଭିଜିଲାନସର ଏକ ଟିମ୍ ଏଇ ଅଞ୍ଚଳରେ ଦିନ ତମାମ ତଦନ୍ତ କରିଥିବା ବେଳେ ରାସ୍ତାଘାଟର ମାପ ଚୂପ୍ କରିଥିଲେ। ତଦନ୍ତ ଚାଲୁଥିବାରୁ ଭିଜିଲାନସ୍‌ ଟିମ୍‌ ଏ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ତଦନ୍ତ ପରେ ଏସପିଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣେ ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe