ଭିଜିଲାନ୍ସ ଜାଲରେ ବ୍ରହ୍ମଗିରି ସମବାୟ ସମିତିର ପୂର୍ବତନ ଏଆରସିଏସ, ୬ଟି ସ୍ଥାନରେ ଚଢ଼ାଉ

Advertisment
ଭିଜିଲାନ୍ସ ଜାଲରେ ବ୍ରହ୍ମଗିରି ସମବାୟ ସମିତିର ପୂର୍ବତନ ଏଆରସିଏସ, ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: ପୁରୀ ଡିଆରସିଏସ୍ କାର୍ଯ୍ୟ‌ାଳୟରେ ଅବସ୍ଥାପିତ ଥିବା ବ୍ରହ୍ମଗିରିର ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟିଜ୍(ଏଆରସିଏସ) ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମଗିରି ସମେତ ୬ଟି ସ୍ଥାନରେ ଏହି ରେଡ ଚାଲିଛି । ବ୍ରହ୍ମଗିରିର କଲେଜ ଛକସ୍ଥିତ ଘରେ ଭିଜିଲାନ୍ସ ଟିମର ୭ ଜଣିଆ ଟିମ୍ ଏହି ଚଢାଉ କରୁଛି । ପୁରୀର ଗୋପୀନାଥପୁର ଓ ବ୍ରହ୍ମଗିରିରେ ଥିବା ଅବାସିକ ଘର, ପୁରୀରେ ଥିବା ପୈତୃକ ଘର, ପୁରୀରେ ଥିବା ସିମେଣ୍ଟ ଇଟା କାରଖାନା, ଆଠଗଡ଼ ଓ ବାରିପଦାରେ ରହୁଥିବା ବଡ ପୁଅ ରାଜତ କୁମାର ପରିଡ଼ାଙ୍କ ଘରେ ଚଢ଼ାଉ କରାଯାଉଛି।

ସେପଟେ, ଗତକାଲି ଘର ଛାତ ଉପରେ ସୁମିଂ ପୁଲ ବନାଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ। ଆୟବହିର୍ଭୁକ୍ତ ସମ୍ପତ୍ତିଠାବ ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଂଜନ ଦଣ୍ଡପାଟଙ୍କର ୧ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ପୁଲିସ । ସବୁଠୁ ବଡ଼ କଥା ହେଉଛି, ବାରିପଦା ଟାଉନରେ ତାଙ୍କର ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ରହିଛି । ଆଉ ଘର ଛାତ ଉପରେ ରହିଛି ସୁମିଂ ପୁଲ୍ । କନେଷ୍ଟବଳ ଚାକିରିରେ ବେଶ ଆରାମରେ ଦିନ କାଟୁଥିଲେ ଏହି ପୁଲିସ କର୍ମଚାରୀ । କେଉଁଠୁ ଏତେ ଟଙ୍କା ଆଣିଲେ, ଏହାର ହିସାବ ଦେଇପାରିନାହାନ୍ତି ନିହାର ରଂଜନ ଦଣ୍ଡପାଟ ।

publive-image

କେବଳ ସେତିକି ନୁହେଁ, ଏହି କନେଷ୍ଟବଳଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେବ । ୨ଟି ପ୍ଲଟ, ୨ଟି ବିଳାସପୂର୍ଣ୍ଣ କାର, ୩ଟି ତିନି ଚକିଆ ଯାନ, ୪ଟି ବାଇକ୍, ସାଇବର ଆଉଟଲୁକ ନାଁରେ କମ୍ପୁଟର ଉପକରଣ ଷ୍ଟୋର ତ କେଉଁଠି ରହିଥିଲା ୧୩ ଲକ୍ଷରୁ ଅଧିକ ଟଙ୍କାର ସମାଗ୍ରୀ, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା। ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe