ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ନୟାଗଡ ସମେତ ରାଜ୍ୟର ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ନୟାଗଡ ସମେତ ରାଜ୍ୟର ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ନୟାଗଡ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଜଣେ ସରକାରୀ ବାବୁଙ୍କ ଘରେ ଚଢ଼ାଉ କରିଛି | ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଓ ଅଫିସରେ ଚଢାଉ କରାଯାଇଛି |

ଭିଜିଲାନ୍ସର ୫ ଜଣ ଡ଼ିଏସପି, ୫ ଜଣ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ନୟାଗଡ, ଖୋର୍ଦ୍ଧା, କଟକରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି |

ନୟାଗଡରେ ଥିବା କାର୍ଯ୍ୟାଳୟ ବ୍ୟତୀତ ଭୁବନେଶ୍ୱର ପଟିଆରେ ଥିବା ଏକ ଘର,କଟକ କିଶୋରନଗରରେ ଥିବା ପୈତୃକ ବାସଭବନ, କଟକ ଅଲିଶା ବଜାରରେ ଥିବା ଘର, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଘର ସହ ନୟାଗଡରେ ରହୁଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe