ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଆଜି ସକାଳୁ ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ ଆରମ୍ଭ କରିଛି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରଣ୍ଟ ବଳରେ ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ଉପରୋକ୍ତ ସ୍ଥାନରେ ଚଢ଼ାଉ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାରଠାରେ ତ୍ରିନାଥ ମିଶ୍ରଙ୍କ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ମଧୁପାଟଣା ପୁଲିସ୍ ଥାନାରେ ଥିବା କ୍ୟାମ୍ପସରେ ସରକାରୀ କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ତାଳଗଡ଼ ସ୍ଥିତ ଫାର୍ମହାଉସ୍, ଚଣ୍ଡିଖୋଲ ବଜାରର ଧାନମଣ୍ଡଳରେ ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଅଫିସରେ ଏହି ଚଢ଼ାଉ ଚାଲିଛି। ଏହାଛଡ଼ା ତାଙ୍କର ଡ୍ରାଇଭର ରାଜୀବ ମହାନ୍ତିଙ୍କ ଜଗତସିଂହପୁର ଜିଲ୍ଲାର ଦଳେଇଘାଇର ବିରିଡ଼ି ଗ୍ରାମରେ ବି ଚଢ଼ାଉ କରୁଛି ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe