ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଗଲପୁର ତହସିଲର ସେକସନ ଅଫିସରଙ୍କ ଘରେ ଭିଜଲାନ୍ସ ଚଢାଉ

Advertisment
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଗଲପୁର ତହସିଲର ସେକସନ ଅଫିସରଙ୍କ ଘରେ ଭିଜଲାନ୍ସ ଚଢାଉ

ବଲାଙ୍ଗୀର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଗଲପୁର ତହସିଲର ସେକସନ ଅଫିସରଙ୍କ ଘର ସମେତ ତିନିଟି ସ୍ଥାନରେ ଭିଜଲାନ୍ସ ଚଢାଉ ହୋଇଥିବାର ଖବର ମିଳିଛି। ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ ସାଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି।
ବଲାଙ୍ଗୀରର ଗାନ୍ଧିନଗରପଡା,ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ୟାଳୟରେ ଏକକାଳୀନ ତିନିଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ। ନଗଦ ୧୬ ହଜାର ୩୩୦ ଟଙ୍କା ଓ କିଛି ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ସେକ୍ସନ ଅଫିସର ପ୍ରଫୁଲ୍ଲ ସା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଚଢାଉରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ସାମିଲ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe