ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଜମି ମାମଲାରେ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସାଧୁ ଚାତମ୍ବା ଭିଜିଲାନ୍ସ ଜାଲରେ ପଡିଛନ୍ତି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଏସଟି ଏସସି ଜମି ବିକ୍ରି ପାଇଁ ପ୍ରଶାସନ ଅନୁମତି ଲୋଡ଼ା। ଏହି ଅନୁମତି ପାଇଁ ଶ୍ରୀ ଚାତମ୍ବା ଆବେଦନକାରୀଙ୍କୁ କୁଆଡ଼େ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଆବେଦନକାରୀ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ବରିଷ୍ଠ କିରାଣୀ ଶ୍ରୀ ଚାତମ୍ବା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ହାତରେ ଧରା ପଡ଼ିଛନ୍ତି।
Follow Us