ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଅତିରିକ୍ତ ଡିଏସଡବ୍ଲ୍ୟୁଓ: ଏକକାଳୀନ ଦୁଇଟି ଜାଗାରେ ଚଢ଼ାଉ

Advertisment
ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଅତିରିକ୍ତ ଡିଏସଡବ୍ଲ୍ୟୁଓ: ଏକକାଳୀନ ଦୁଇଟି ଜାଗାରେ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲା ଅତିରିକ୍ତ ଡିଏସଡବ୍ଲ୍ୟୁଓ। ଆଜି ସକାଳେ ବରଗଡ଼ ଜିଲ୍ଲା ଅତିରିକ୍ତ ଡିଏସଡବ୍ଲ୍ୟୁଓ ଶ୍ରୀମତୀ ତନ୍ଦ୍ରା ସାହୁଙ୍କ ବରପାଲିସ୍ଥିତ ନିଜ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏହାଛଡ଼ା ବରଗଡ଼ ଜିଲ୍ଲା ଅତିରିକ୍ତ ଡିଏସଡବ୍ଲ୍ୟଓ ତନ୍ଦ୍ରା ସାହୁଙ୍କ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଭିଜିଲାନ୍ସ ଚଢ଼ାଉ କରାଯାଉଥିବାର ଖବର ମିଳିଛି।

ତାଙ୍କଠାରୁ ନଗଦ ୩ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରାଯାଇଛି। ଏଥିସହ ତାଙ୍କ ବାସଭବନ ଓ ବରପାଲି ନିକଟରେ ଥିବା ଗୋପେଇପାଳିରେ ଜମି ରହିଥିବା ଜଣାପଡ଼ିଛି।

ଆଗରୁ ତାଙ୍କ ନାଆଁରେ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଜଣେ ଭିଜିଲାନ୍ସ ଡିଏସପିଙ୍କ ତତ୍ତ୍ବାବଧାନରେ ଦୁଇଟି ଟିମ୍ ଏହି ଚଢ଼ାଉ କରୁଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe