ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଏହି ଚଢ଼ାଉ ଆରମ୍ଭ ହୋଇଛି । ଏସଡିଜେଏମ୍ ବ୍ରହ୍ମପୁରଙ୍କ ନୋଟିସ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା କୁହାଯାଇଛି।

publive-image

ସୁକ୍ରୁ ସ୍ୱାଇଁଙ୍କ ଢ଼େଙ୍କାନାଳ ସ୍ଥିତ ସରକାରୀ ବାସଭବନ ବ୍ୟତୀତ ପୈତୃକ ଘର, ଶ୍ୱଶୁର ଘର ଏବଂ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସୁକ୍ରୁ ସ୍ୱାଇଁଙ୍କ ଘରୁ ୩୦୦ ଗ୍ରାମ୍ ଓଜନର ସୁନା,ଭୁବନେଶ୍ବର ଏବଂ ଗଞ୍ଜାମରେ ଦୁଇଟି ପ୍ଲଟ୍ ମିଳିଛି।

ଭିଜିଲାନସ୍ ଏସପି ମାୟାଧର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ୪ଟି ଟିମ୍ ଏହି ଚଢ଼ାଉ କରୁଥିବା ଜଣାଯାଇଛି। ଢ଼େଙ୍କାନାଳସ୍ଥିତ ସରକାରୀ ବାସଭବନରେ ଇନସେକ୍ଟର ରାଜୀବ ବେହେରା, କନେଷ୍ଟବଳ ସୁରେଶ ସେଠୀ ଏବଂ ସୁଧୀର ପରିଡ଼ା ପ୍ରମୁଖ ଚଢ଼ାଉ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe