ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସର ଚାରିଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ପଞ୍ଜ କଲୋନିରେ ଥିବା ନିଜ ଘର, ଘଟଗାଁର ନିଜର ଓ ଭାଇଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏହା ସହିତ ରିମୁଳିରେ ଥିବା ମହେଶ୍ୱରଙ୍କ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ମିଟର ରିଡିଂ ବିଭାଗରଏସଡିଓ ଅଛନ୍ତି ମହେଶ୍ଵର ସେଠୀ ।

ବାଲେଶ୍ୱର ଏଏସପିଙ୍କ ନେତୃତ୍ୱରେ ୨ଡିଏସପି ଓ ୫ ଇନସ୍ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି। ତାଙ୍କ ସଂପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe