ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଭୁବନେଶ୍ବରସ୍ଥିତ ବାସଭବନ, ଢେଙ୍କାନାଳରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏଥିସହିତ ପୈତୃକ ଗାଁ ଢେଙ୍କାନାଳର ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଏହି ଚଢ଼ାଉ ଚାଲିଛି।
ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୫ଟି ଟିମ ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରୁଛି। ଚଢ଼ାଉ ସ୍ଥାନଗୁଡ଼ିକ ହେଉଛି ନିମାପଡ଼ା, ଭୁବନେଶ୍ୱରର ଦୁଇଟି ସ୍ଥାନ, ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଦକ୍ଷିଣକାଳୀର ଦୁଇଟି ସ୍ଥାନ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଈ ଗ୍ରାମର ଥିବା ତାଙ୍କ ପୈତୃକ ଘରଆଦି। ସେ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଏକ ବିଶାଳ ତିନି ମହଲା କୋଠାଘର ଭଡାରେ ଲଗାଇଥିବା ଜଣାଯାଇଛି।
Follow Us