ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନଙ୍କ ପ୍ରାଇଭେଟ୍ ସେକ୍ରେଟାରି ବିରଞ୍ଚି ନାରାୟଣ ସାହୁଙ୍କ ବାସଭବନ ସମେତ ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

Advertisment
ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନଙ୍କ ପ୍ରାଇଭେଟ୍ ସେକ୍ରେଟାରି ବିରଞ୍ଚି ନାରାୟଣ ସାହୁଙ୍କ ବାସଭବନ ସମେତ ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନଙ୍କ ପ୍ରାଇଭେଟ୍ ସେକ୍ରେଟାରି ବିରଞ୍ଚି ନାରାୟଣ ସାହୁଙ୍କ ରାଜଧାନୀର ନିଳାଦ୍ରୀ ବିହାର ସ୍ଥିତ ବାସଭବନ ସମେତ କଟକ ଓ ଭୁବନେଶ୍ୱରର ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବା ଜଣାଯାଇଛି।

ଶ୍ରୀ ସାହୁଙ୍କ ନାମରେ ଦୁଇଟି ଦୁଇମହଲା କୋଠା ଓ ୯ଟି ପ୍ଲଟ୍ ଥିବାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଶ୍ରୀ ସାହୁଙ୍କ ଭାଉଜଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଶ୍ରୀ ସାହୁଙ୍କ ଘରୁ ମଧ୍ୟ ବିପୁଳ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଛି। ଏହି ଅର୍ଥର ଗଣନା ଏବଂ ପରବର୍ତ୍ତୀ ସନ୍ଧାନ ଚାଲିଛି। ଏହି ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ତିନିଟି ଦଳ ସାମିଲ୍ ହୋଇଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe