ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଆଜି ସକାଳୁ ଉମେଶ କୁମାର ସେଠଙ୍କ ବରଗଡ଼ ସ୍ଥିତ ବାସଭବନ,ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗ୍ରାମସ୍ଥିତ ବାସଭବନ , କେଲେଙ୍ଗାପାଲି ଗ୍ରାମପଞ୍ଚାୟତ ଅଫିସ ଓ କେଶାଇପାଲି ପଞ୍ଚାୟତ ଅଫିସରେ ଏକ କାଳୀନ ୪ ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉ ସମୟରେ ବହୁ କାଗଜପତ୍ର ସମେତ ଜମି କିଣା କାଗଜପତ୍ର ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us