ପୁଲିସ କନେଷ୍ଟବଳଙ୍କ ପୈତୃକ ଗୃହ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

Advertisment
ପୁଲିସ କନେଷ୍ଟବଳଙ୍କ ପୈତୃକ ଗୃହ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ବେଲପାଳ ଗ୍ରାମରେ ପୁଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ପୈତୃକ ଗୃହରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆର୍ମଡ ପୁଲିସ ରିଜର୍ଭରେ କାର୍ଯ୍ୟରତ କନେଷ୍ଟବଲ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ଚାଲିଛି। ଏହି ଚଢ଼ାଉରେ କଟକ ସେଲର ୩୫ ଜଣିଆ ଟିମ୍ ସାମିଲ ହୋଇଥିବା ବେଳେ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଛେଣ୍ଡ କଲୋନିସ୍ଥିତ ଶ୍ବଶୁର ଘର, ବାରିପଦା କ୍ବାର୍ଟର, ଭଞ୍ଜପୁର ସ୍ଥିତ ନିଜ ଘର, ବଡ଼ସାହିର ପୈତୃକ ଘର, ଅମ୍ବିକା ସାହି ସ୍ଥିତ ଦୋକାନ ଘର, ବଡ଼ସାହି ସ୍ଥିତ ଗ୍ୟାସ ଗୋଦାମରେ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe