ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କର ଝାରସୁଗୁଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡ଼ାର ଏଲ ଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ଏମଆଇ ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ଏନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe