ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ

Advertisment

୯୬ ଲକ୍ଷ ଟଙ୍କାର ଫିକସ୍ଡ ଡିପୋଜିଟ୍ ଓ ୨୬୧ ଗ୍ରାମର ସୁନାଗହଣା ଠାବ

୯୬ ଲକ୍ଷ ଟଙ୍କାର ଫିକସ୍ଡ ଡିପୋଜିଟ୍ ଓ ୨୬୧ ଗ୍ରାମର ସୁନାଗହଣା ଠାବ

ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ

ତାଳଚେର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରାଞ୍ଚି ନାରାୟଣ ସାହୁଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଛି। ମିଳିଥିବା ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି।

ସୂଚନା ଅନୁଯାୟୀ, ଗତ ୨୦୧୦ ସେପ୍ଟେମ୍ବର ମାସରେ ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। ୨୦୧୫ ଯାଏ ଚୁକ୍ତିଭିତ୍ତିକ ଆଧାରରେ ସେ ମାସିକ ୧୨,୫୦୦ ଟଙ୍କା ପାରିଶ୍ରମିକ ପାଉଥିଲେ। ଏହାପରେ ତାଙ୍କୁ ନିୟମିତ ନିଯୁକ୍ତି ମିଳିଥିଲା। ନିଜର ଚାକିରି କାଳ ଭିତରେ ତାଙ୍କର ଆୟ ୩୯ ଲକ୍ଷ ଟଙ୍କା ହୋଇଛି। ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬ ଲକ୍ଷ ୯୦ହଜାର ୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି। ଏହାସହ ତାଙ୍କର ଗୋଟିଏ ଦୁଇ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ ହୁଣ୍ଡାଇ ଆଇ ଟେନ୍ କାର ଏବଂ ୫ଟି ବାଇକ୍ ଠାବ ହୋଇଛି। ତାଙ୍କ ପତ୍ନୀ  ଜଣେ ଗୃହିଣୀ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଏହାବ୍ୟତୀତ ଭିଜିଲାନ୍ସ ୨୬୧ ଗ୍ରାମର ସୁନାଗହଣା ତାଙ୍କ ଘରୁ ଜବତ କରିଛି। ଏ ନେଇ ପରବର୍ତ୍ତୀ ସମୟରେ ଅଧିକ ତ୍ଥୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe