ବରଗଡ଼ ଗାଇସିଲଟ ଥାନା ଅଧିକାରୀଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢାଉ

Advertisment
ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

Ommcom News

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି |

ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ ଗାଇସିଲଟ ଥାନା, ଗାଇସିଲଟରେ ଥିବା ଘର, ସମ୍ବଲପୁରରେ ଥିବା ଘର ଓ ଅତାବିରା ଟାଙ୍ଗରପାଲିରେ ଥିବା ଘରେ ଚଢ଼ାଉ କରାଯାଇଛି | ସମ୍ବଲପୁର, ବରଗଡ଼ ଓ ସୋନପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe