ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଚଢ଼ାଉ

Advertisment
ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ । ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ଓଡିଶାର ୪ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟନାରେ ଚଢ଼ଉ କରୁଛି ଭିଜିଲାନ୍ସ । ପିସିସିଏଫ ଅଭୟକାନ୍ତ ପାଠକ ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ ଅଫିସର । ଏବେ ସେ ଓଡ଼ିଶା ଅତିରିକ୍ତ ପିସିସିଏଫ ଭାବରେ କାର୍ଯ୍ୟ କରୁଛନ୍ତି।

publive-image

ତେବେ ପୁଣେର ଭୁଗାଓଁ ହିଲ ଟାଉନ ଅଞ୍ଚଳରେ ଥିବା ପାଠକଙ୍କ ଫାର୍ମ ହାଉସ ଏବଂ କୋରେଗାଓଁ ପାର୍କରେ ଥିବା  ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।

ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ସେ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିଳାସମୟ ଜୀବନଯାପନ କରୁଥିଲେ । ଏବେ ଚଢ଼ଉ ଚାଲିଥିବା ବେଳେ ଆଇଏଫଏସ୍ ଅଧିକାରୀଙ୍କ ପାଖରେ କେତେ କଳା ଧନ ରହିଛି, ତାହା ଚଢ଼ଉ ଶେଷ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe