ବିଡିସିସି ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଚଢ଼ଉ

Advertisment
ବିଡିସିସି ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଚଢ଼ଉ

ଟିଟିଲାଗଡ଼ : ଆକ୍ସନ ମୋଡ଼କୁ ଆସିଛି ଭିଜିଲାନ୍‍ସ ବିଭାଗ। ଗୁରୁବାର ବିଡିସିସି ବ୍ୟାଙ୍କ ଲାଠୋର ଶାଖା ପରିଚାଳକ ସାଗର ରଣାଙ୍କ ଟିଟିଲାଗଡ଼ସ୍ଥିତ ଘରେ ଚଢ଼ଉ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଗୁରୁବାର ଟିଟିଲାଗଡ଼ ସହରର ହାଇସ୍କୁଲ ପନାରେ ଥିବା ଶ୍ରୀ ରଣାଙ୍କ ଘରକୁ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ସେହିପରି ଏକକାଳୀନ ତାଙ୍କ ଲାଠୋରସ୍ଥିତ ତାଙ୍କ କାର୍ଯ୍ୟାଳୟ ଏବଂ ସଇନ୍ତଳା ଥାନା ଘୁନସର ଗାଁରେ ଥିବା ତାଙ୍କ ଶ୍ୱଶୁର ଘର ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା। ବଲାଙ୍ଗୀର ଭିଜିଲାନ୍‍ସ ଡିଏସପି କାଦମ୍ୱିନୀ ସାମଲଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ବରଗଡ଼, ସୁବର୍ଣ୍ଣପୁର ଆଦି ଜିଲ୍ଲାର ପ୍ରାୟ ୨୦ରୁ ଅଧିକ ଅଧିକାରୀ ସାମିଲଥିଲେ।

ଏହି ଚଢ଼ଉ ବିଷୟରେ ଶ୍ରୀ ରଣା କହିଛନ୍ତି ଯେ ତାଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମିଛ। ତାଙ୍କ ନିକଟରେ ଯାହା ବି ସଂପତ୍ତି ଓ ଜମି ରହିଛି ତାହା ତାଙ୍କ ପୈତୃକ ଅଟେ। ଟିଟିଲାଗଡ଼ ଥାନା ବାଲପଦର ଗାଁର ମୂଳ ବାସିନ୍ଦା ଶ୍ରୀ ରଣା ତାଙ୍କ ଚାକିରି ଜୀବନ ଜଗୁଆ ପଞ୍ଚାୟତରେ ଥିବା ପେକ୍ସର ସଂପାଦକ ଭାବେ ଆରମ୍ଭ କରିଥିଲେ। ପଦୋନ୍ନତି ପାଇ ଏବେ ଲାଠୋର ବିଡିସିସି ବ୍ୟାଙ୍କର ଶାଖା ପରିଚାଳକ ଭାବେ ଅବସ୍ଥାପିତ ଅଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ଜବତ କରିଥିବା ସୁନା ଓ ଗାଡ଼ି ତାଙ୍କୁ ଫେରାଇ ଦିଆଯିବ ଓ ବ୍ୟାଙ୍କ ତଥା ଘର ସଂକ୍ରାନ୍ତୀୟ କାଗଜପତ୍ର ଜବତ କରି ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe