ଭଦ୍ରକ: ନିଜ ଭିଣୋଇଙ୍କୁ ସରକାରୀ ବାସଭବନକୁ ଡାକି ଲାଞ୍ଚରୁ ମିଳିଥିବା ଟଙ୍କା ଦେବାବେଳେ ମାଡିବସିଲା ଭିଜିଲାନ୍ସ | ଆଜି ଭଦ୍ରକର ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠି ନିଜ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଶ୍ରୀମନ୍ତ ବାଲେଶ୍ୱର ଜିଲ୍ଲା ବାହାନଗାରେ ରହୁଥିବା ଭିଣୋଇଙ୍କୁ ଡାକି ଲାଞ୍ଚ ପାଇଥିବା ୫ ଲକ୍ଷ ଟଙ୍କା ଦେଉଥିଲେ |
/sambad/media/post_attachments/wp-content/uploads/2022/09/6d2197a9-6b8b-4d66-8304-5d924d9ae0e3-300x180.jpg)
ଆଉ ଏବାବଦରେ ପୂର୍ବରୁ ସୂଚନା ପାଇ ଭଦ୍ରକ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା | ବର୍ତ୍ତମାନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବାର ଜଣାପଡିଛି | ଶ୍ରୀମନ୍ତଙ୍କ ବାଲେଶ୍ୱରରେ ଥିବା ଘର, ବାଲେଶ୍ୱରର ଖଇରାରେ ଥିବା ପୈତୃକ ଘର, ବାଲେଶ୍ୱରର ଗୋବିନ୍ଦପୁରରେ ଥିବା ଭିଣୋଇ ଘର, ଭଦ୍ରକରେ ଥିବା କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ଜାରି ରହିଛି |
Follow Us