ଧର୍ମଗଡ଼ରେ କୋଟିପତି ଡ୍ରାଇଭରଙ୍କ ଘରେ ଚଢ଼ଉ, ୨କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

Advertisment
ଧର୍ମଗଡ଼ରେ କୋଟିପତି ଡ୍ରାଇଭରଙ୍କ ଘରେ ଚଢ଼ଉ, ୨କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ଇନ୍ଦ୍ରାବତୀ ପ୍ରକଳ୍ପର ଡ୍ରାଇଭରଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି। ତାଙ୍କ ଘର ଏବଂ ଲଜ୍‌ରେ ଚଢ଼ଉ କରାଯାଇ ପ୍ରାୟ ୨କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ରମେଶ ଚନ୍ଦ୍ର ପଣ୍ଡା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ ଡିଭିଜନ-୧ରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ ଜାନୁଆରି ମାସରେ ସେ କାର୍ଯ୍ୟରୁ ଅବସର ନେଇଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ବିଶ୍ବାଳ ଓ ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ଇନ୍ସପେକ୍ଟର କଳାବତୀ ବାଗ, ପ୍ରମିଳା ସୁନା, ବଙ୍କିମ ବାବାଲିଙ୍କ ଦ୍ବାରା ଧର୍ମଗଡ଼ ସହରସ୍ଥିତ ଶ୍ରୀ ପଣ୍ଡାଙ୍କ ବାସଭବନ ଓ ଦିନବନ୍ଧୁ ଅତିଥି ଭବନ ଲଜ୍‌ରେ ଚଢ଼ଉ ହୋଇଥିଲା। ତାଙ୍କର ମୋଟ ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe