ଜଙ୍ଗଲୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Advertisment
ଜଙ୍ଗଲୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡା: ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ାଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍।

publive-image

ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି | ଏହି ଚଢ଼ାଉରେ ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିବାବେଳେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ ଚାଲିଛି | ରାୟଗଡାରେ ଥିବା ସରକାରୀ ବାସଭବନ, ରାୟଗଡାରେ ଥିବା ଅଫିସ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଫ୍ଲାଟ, କଟକ ସଦରର ଉରାଳୀରେ ନିର୍ମାଣାଧୀନ ଥିବ ଅଟ୍ଟାଳିକା, ଉରାଳୀରେ ଥିବା ସମ୍ପର୍କୀୟଙ୍କ ବାସଭବନ, ଶିଶୁବିହାର ଭୁବନେଶ୍ୱରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଦାନଗଦୀରେ ଥିବା ପୈତୃକ ବାସଭବନରେ ଚଢ଼ାଉ ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe