ଗୋପ ବ୍ଲକ୍‌ ଅଫିସ୍‌ରେ ଭିଜିଲାନ୍ସ ଟିମ୍

Advertisment
ଗୋପ ବ୍ଲକ୍‌ ଅଫିସ୍‌ରେ ଭିଜିଲାନ୍ସ ଟିମ୍

ଗୋପ : ଆଜି ଭିଜିଲାନ୍ସ ଡିଏସ୍‌ପି ହରନାରାୟଣ ପତି ଅଚାନକ ଗୋପ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ଯାଞ୍ଚ କରି ଫେରି ଯାଇଛନ୍ତି। ଶ୍ରୀ ପତି ଆଜି ଅପରାହ୍ନରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟ କିରାଣିଙ୍କୁ କିଛି କାଗଜପତ୍ର ମାଗିବା ସହିତ ଭିଜିଲାନ୍ସ ଦ୍ବାରା ପୂର୍ବରୁ କେସ୍‌ ଚାଲିଥିବା ଜଣେ ସରପଞ୍ଚ ଏବ˚ ଜଣେ ଗ୍ରାମ ରୋଜଗାର ସେବକଙ୍କ ସ˚ପର୍କରେ ଖୋଳତାଡ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଏ ସଂପର୍କରେ ତାଙ୍କ ସହ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ଦେଇ ନଥିବାରୁ ପ୍ରକୃତ‌େର କେଉଁ ପ୍ରସଙ୍ଗକୁ ନେଇ ସେ ଖୋଳତାଡ଼ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ବିଭିନ୍ନ ଯୋଜନାରେ ଅନିୟମିତତା ନେଇ ଗୋପ ବ୍ଲକ୍ ଚର୍ଚାରେ ରହିଛି। ବାସ୍ତବରେ ଗୋପ ବ୍ଲକରେ ଚାଲିଥିବା ସମସ୍ତ ଯୋଜନାରେ ହୋଇଥିବା ଅନିୟମିତତାକୁ ତଦାରଖ କରିବା ଉଦ୍ଦେଶ୍ୟ ଥିଲା ବୋଲି ଶୁଣିବାକୁ ମିଳୁଛି। ଗୋପ ବ୍ଲକରେ ବିଡିଓ ନ ଥିବାବେଳେ ଆକାଉଣ୍ଟାଣ୍ଟ ରାମଚନ୍ଦ୍ର ସ୍ବାଇଁ ବିଡିଓ ଦାୟିତ୍ବରେ ଅଛନ୍ତି। ଆଜି ଅପରାହ୍ନରେ ଅଚାନକ ଭିଜିଲାନ୍ସ ଅଧିକାରୀଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଦେଖି ବିଭାଗୀୟ ଅଧିକାରୀମାନେ ଚକିତ ହୋଇଯାଇଥିଲେ। ଏପରିକି ଭିଜିଲାନ୍ସ ଟିମ୍‌ ଗୋପ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ସମୟରେ କେତେଜଣ କର୍ମଚାରୀ ନିଜ ଗାଡିନେଇ ଖାଇବା ବାହାନାରେ କାର୍ଯ୍ୟାଳୟରୁ ବାହାରକୁ ଚାଲିଯାଇଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe