ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ଅଢ଼େଇ କୋଟିର ସମ୍ପତ୍ତି ଠାବ

Advertisment
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ଅଢ଼େଇ କୋଟିର ସମ୍ପତ୍ତି ଠାବ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌)ର ମିଟର ରିଲେ ଟେଷ୍ଟିଂ, ଇଲେକ୍ଟ୍ରିକାଲ ଏସ୍‌ଡିଓ ଭାବେ କାର୍ଯ୍ୟରତ ମହେଶ୍ବର ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ବାଲେଶ୍ବର ଭିଜିଲାନ୍ସ ଡିଭିଜନର ଦୁଇଜଣ ଡିଏସ୍‌ପି, ୬ଜଣ ଇନ୍‌ସପେକ୍ଟରଙ୍କୁ ନେଇ ଗଠିତ ୫ଟି ଟିମ୍‌ ଶ୍ରୀ ସେଠୀଙ୍କ କେନ୍ଦୁଝର ସ୍ପଞ୍ଜ କଲୋନିସ୍ଥିତ ଘର, ଘଟଗାଁସ୍ଥିତ ପୈତୃକ ଘର, ଘଟଗାଁସ୍ଥିତ ସମ୍ପର୍କୀୟଙ୍କ ଘର, ରିମୁଳିସ୍ଥିତ ଶ୍ବଶୁର ଘର ଓ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ।

ଚଢ଼ଉ ବେଳେ ଶ୍ରୀ ସେଠୀଙ୍କ କେନ୍ଦୁଝରରେ ଦୁଇଟି ଦୁଇ ମହଲା କୋଠା, ତିନିଟି ପ୍ଲଟ୍‌, ଘଟଗାଁରେ ଗୋଟିଏ ପ୍ଲଟ୍‌, ତିନିଟି ମୋଟରସାଇକଲ, ୨୪ ଲକ୍ଷ ୬୩ ହଜାର ଟଙ୍କାର ବ୍ୟାଙ୍କ ଜମା, ୨୪ ଲକ୍ଷ ଟଙ୍କାର ବୀମା ପଲିସି ଏବଂ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୨ କୋଟି ୫୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe