ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Advertisment
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତିର ନୂଆଗଡ଼ ଫରେଷ୍ଟରଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହେଉଥିବାର ଖବର ମିଳିଛି।

ନୁଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ପ୍ରଧାନଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁରର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୁଆଗଡ଼ ସରକାରୀ କାର୍ଯ୍ୟାଳୟରେ ଆଜି ସକାଳେ ଏକସଙ୍ଗେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଉକ୍ତ ସରକାରୀ କର୍ମଚାରୀ ଜମି ବ୍ୟବସାୟ ସହ ସମ୍ପୃକ୍ତ ଥିବାର ଅଭିଯୋଗ ରହିଥିଲା ଏବଂ ତିନୋଟି ଭିଜିଲାନ୍ସ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି କରିଛନ୍ତି। ଏନେଇ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe