ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପଲିଟେକ୍‌ନିକ୍‌ ସ୍କୁଲ୍‌ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Advertisment

ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି

ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପଲିଟେକ୍‌ନିକ୍‌ ସ୍କୁଲ୍‌ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପଲିଟେକ୍‌ନିକ୍‌ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରାୟଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର, ଅଫିସ, ପତ୍ନୀଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ଉ ହୋଇଛି।

ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ଶ୍ରୀ ରାୟଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନ, ଝାରସୁଗୁଡ଼ା ଏଲ୍‌ଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ଏମ୍‌ଆଇ ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗର ୬ଟି ସ୍ୱତନ୍ତ୍ର ଟିମ୍‌ ଏକକାଳୀନ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ଚଢ଼ଉ ବେଳେ ୨କୋଟି ୪୫ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe