ଭିଜିଲାନ୍‌ସ ଜାଲରେ ଥାନା ଏଏସ୍ଆଇ, ଏତଲାରୁ ନାମ କାଟିବାକୁ ଲାଞ୍ଚ ନେଉଥିଲେ ୮ ହଜାର ଟଙ୍କା

ଭିଜିଲାନ୍‌ସ ଜାଲରେ ଥାନା ଏଏସ୍ଆଇ, ଏତଲାରୁ ନାମ କାଟିବାକୁ ଲାଞ୍ଚ ନେଉଥିଲେ ୮ ହଜାର ଟଙ୍କା

ନୟାଗଡ଼: ଏକ ପାରିବାରିକ ବିବାଦ ମାମଲାରେ ଏତଲାରୁ ଅଭିଯୁକ୍ତଙ୍କ ନାମ କାଟିବାକୁ ଲାଞ୍ଚ ନେଉଥିବା ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଏଏସ୍ଆଇ ସଂଯୁକ୍ତା ମହାପାତ୍ର ଧରାପଡ଼ିଛନ୍ତି । ଲାଞ୍ଚ ନେଇଥିବା ୮ ହଜାର ଟଙ୍କା ତାଙ୍କ ଠାରୁ ନୟାଗଡ଼ ଭିଜିଲାନ୍‌ସ ଟିମ୍‌ ଜବତ୍‌ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ୫ ତାରିଖରେ ଓଡ଼ଗାଁ ବ୍ଲକ କୁଂଜବନପଲ୍ଲୀ ଗ୍ରାମର ବୈକୁଣ୍ଠ ନାଥ ବେହେରାଙ୍କ ବୋହୂ କୁନି ବେହେରା ଶ୍ୱଶୁରଙ୍କ ସମେତ ସ୍ୱାମୀ ହର୍ଷବର୍ଦ୍ଧନ ଓ ପରିବାରର ଅନ୍ୟ କିଛି ସଦସ୍ୟଙ୍କ ନାମରେ ଯୌତୁକ ନିର୍ଯ୍ୟାତନ ଅଭିଯୋଗ କରିଥିଲେ ।

ଏହି ମାମଲାରେ ତଦନ୍ତ ଭାର ଏଏସ୍ଆଇ ଶ୍ରୀମତୀ ମହାପାତ୍ରଙ୍କୁ ଦିଆଯାଇଥିଲା। ତେବେ ମାମଲାରୁ ଅଭିଯୁକ୍ତଙ୍କ ନାମ କାଟିବା ପାଇଁ ଏଏସ୍ଆଇ ୮ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ରଙ୍କ ତାଙ୍କ ସହ ମୁଲଚାଲ କରିଥିଲେ। ଏବଂ ଭିଜିଲାନ୍‌ସକୁ ଖବର ଦେଇଥିଲେ। ଶରଣକୁଳ ନିକଟସ୍ଥ ଭିକାରିପଡ଼ାଠାରେ ଆଜି ସନ୍ଧ୍ୟାରେ ଏଏସ୍ଆଇ ସଂଯୁକ୍ତା ରଙ୍କଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିନେଇଥିବା ଡିଏସ୍‌ପି ଏସ୍‌.କେ ଭୋୀଇ ସୂଚନା ଦେଇଛନ୍ତି। ଏଏସ୍‌ଆଇଙ୍କୁ ଗିରଫ କରଯାଇଥିବା ବେଳେ, ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe