ଚକ୍ଷୁ ବିଭାଗ ଟେକ୍ନିସିଆନ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Advertisment
ଚକ୍ଷୁ ବିଭାଗ ଟେକ୍ନିସିଆନ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକ୍ନିସିଆନ୍‌ କିଶୋର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଟିମ୍‌ ପହଂଚି ତନାଘନା କରିଛି। ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ର ସମ୍ବଲପୁର, ବରଗଡ଼, ସୋନପୁର ଟିମ୍‌ ତିନୋଟି ସ୍ଥାନର ଚଢ଼ଉ କରିଛି। ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପ୍ରଧାନଙ୍କ ଟାଲସ୍ଥିତ ଘର, ସୋହେଲା ଓ ପଦ୍ମପୁର ବାସଭବନରେ ଚଢ଼ାଉ କରାଯାଇଛି। ପଦ୍ମପୁର ଏବଂ ସୋହେଲାରେ ତାଙ୍କର ଦୁଇ ମହଲା ବିଶିଷ୍ଟ ଦୁଇଟି କୋଠାଘର ଥିବାବେଳେ ଟାଲ ଓ ପଦ୍ମପୁରରେ ୪ଟି ପ୍ଲଟ୍‌, ତିନୋଟି ବାଇକ୍‌ ସମେତ ଅନ୍ୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଯାହାର ପରିମାଣ ୧.୨୫ କୋଟି ଟଙ୍କା ହେବ। ଖବର ଲେଖା ହେବା ପର୍ଯ୍ୟନ୍ତ ସଂପତ୍ତି ଆକଳନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe