ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

Advertisment
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶଶୁର ଘରେ ଚଢାଉ କରାଯାଇଛି। ଭିଜିଲାନ୍ସର ତିନିଟି ଟିମ୍ ତିନିଟି ସ୍ଥାନରେ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା ଜବତ କରାଯାଇଛି।

କିଛି ଦରକାରୀ କାଗଜପତ୍ର ଜବତ କରାଯାଇଥିବା ବେଳେ ଏବେ ବି ଚଢାଉ ଜାରି ରହିଛି। ରଞ୍ଜନଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି। ବେଆଇନ ଭାବେ ଆୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ସ୍କାନରରେ ଥିଲେ ରଞ୍ଜନ। ଭିଜିଲାନ୍ସର ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲା। ଆବଶ୍ୟକ ତଥ୍ୟ ପ୍ରମାଣ ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe