ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ବର ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ସୂଚନା ମିଳିଛି। ଆଜି ଭୋର ସମୟରେ ବସନ୍ତ ପଣ୍ଡାଙ୍କ ବାଲେଶ୍ବର ସହରର ସହଦେବ ଖୁଣ୍ଟା ବାସଭବନ ସମେତ ୭ଟି ଜାଗାରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ବାଲେଶ୍ବର ସହରର ସହଦେବ ଖୁଣ୍ଟା ବାସଭବନ ବ୍ୟତୀତ ସହରରେ ଥିବା ଡ୍ରେନେଜ ବିଭାଗର ଦୁଇଟି କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ବାଲେଶ୍ବର ଭିଜିଲାନସ୍ ଏସପି ସୁନୀଲ ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।

publive-image

ବାଲେଶ୍ବର ବ୍ୟତୀତ ବସନ୍ତ ପଣ୍ଡାଙ୍କ ଶଶୁର ଘର ଅନୁଗୁଳର ମିଶ୍ର ପଲ୍ଲୀରେ ବି ସମାନ ସମୟରେ ଚଢ଼ାଉ ଛାଲିଥିବା ଜଣାଯାଇଛି।ଏହା ବ୍ୟତୀତ ତାଙ୍କର ଭୁବନେଶ୍ବରର ପଟିଆରେ ଥିବା ଆପାଟର୍ମେଣ୍ଟରେ ବି ଚଢ଼ାଉ ଚାଲିଥିବାର ସୂଚନା ମିଳିଛି। ଏହାଛଡ଼ା ତାଙ୍କ ନିଜ ଗାଆଁ ବାଲେଶ୍ବର ଜିଲ୍ଲାର ଅମର୍ଦ୍ଦା ସୋରିଷାରେ ବି ଚଢ଼ାଉ ଚାଲିଛି। ତେବେ ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ କେତେ ପରିମାଣର ସଂପତ୍ତି ମିଳିଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe