Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀଙ୍କ ଘର ସମେତ ତିନିଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି

Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀଙ୍କ ଘର ସମେତ ତିନିଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି

ଦେବଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଦେବଗଡ଼ସ୍ଥିତ ସରକାରୀ ବାସଭବନ ସମେତ ତିନିଟି ଜାଗାରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦେଶ କ୍ରମେ ଦେବଗଡ଼ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଦେବଗଡ଼ସ୍ଥିତ ସରକାରୀ ବାସଭବନ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ନିକଟସ୍ଥ କଟାପାଲିସ୍ଥିତ ପୈତୃକ ବାସଭବନ ଏବଂ ବନହରପାଲି ନିକଟସ୍ଥ ଜଗନ୍ନାଥ ନଗର ଶ୍ୱଶୁର ଘରେ ଭିଜିଲାନ୍ସର ଚଢ଼ାଉ ଚାଲିଛି।

publive-image

ସେ ୨୦୧୬ ମସିହାରୁ ଦେବଗଡ଼ ପୌରନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହି ସମୟରେ ସେ ନାନା ପ୍ରକାର ଦୁର୍ନୀତି କରି ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇ ଆସୁଥିଲା। ଆଗରୁ ଭିଜିଲାନ୍ସ ପକ୍ଷରୁ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ କାର୍ଯ୍ୟାଳୟରୁ କେତେକ କାଗଜପତ୍ର ଜବତ କରାଯାଇଥିଲା। ଖାଲି ସେତିକି ନୁହେଁ ସେ ମାର୍କେଟ୍ କଂପ୍ଲେକ୍ସ ନିର୍ମାଣରେ ବ୍ୟାପକ ଦୁର୍ନୀତି କରିଥିବାର ଅଭିଯୋଗ ହୋଇଛି। ଦେବଗଡ଼ ଭିଜିଲାନ୍ସ ଟିମ୍ ଏହି ଚଢାଉ କରୁଥିବାର ଖବର ମିଳିଛି।

publive-image

ଦେବଗଡ଼ ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀଙ୍କ ନେତୃତ୍ବରେ ଏହି ଚଢାଉ ଜାରି ରହିଛି। ତେବେ ଏହି ସମୟରେ କେଉଁସବୁ ନଥିପତ୍ର ଓ କେତେ ଟଙ୍କାର ସଂପତ୍ତି ଠାବ ହୋଇଛି, ତାହା ଆଜି ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe