ବାଲେଶ୍ୱର ସିଏସ୍‌ଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଛାନ୍‌ଭିନ୍‌ : ଡ୍ରୟରରୁ ଜବତ ହେଲା ୨ଲକ୍ଷ ୩୪ହଜାର୯ଶହ ଟଙ୍କା

Advertisment
ବାଲେଶ୍ୱର ସିଏସ୍‌ଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଛାନ୍‌ଭିନ୍‌ : ଡ୍ରୟରରୁ ଜବତ ହେଲା ୨ଲକ୍ଷ ୩୪ହଜାର୯ଶହ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ସଂଧ୍ୟାରେ ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଛାନଭିନ୍‌ କରିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ମିହିର ରାଜା ଅଲ୍ଲୀଙ୍କ ଚ୍ୟାମ୍ବର ଭିତରେ ପଶି ଯାଞ୍ଚ୍‌ କଲାବେଳେ ତାଙ୍କ ଡ୍ରୟାରରୁ ୨ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରାଯାଇଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଏବଂ କାହା ପାଖରୁ ଆଣିଛନ୍ତି ତାହା ଖୋଳତାଡ଼ କରାଯାଉଥିବା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ଭିଜିଲାନ୍ସ ଚଢ଼ାଉ ‌ଖବର ଶୁଣି ମିହିର ତୁରନ୍ତ ତାଙ୍କ କାର୍ଯ୍ୟାଳୟ ଛାଡ଼ି ପଳାଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିନେଇଥିଲେ। ତେବେ ଟଙ୍କା କେଉଁଠୁ ଆସିଲା ସେ ବିଷୟରେ ସେ କିଛି ଜାଣିନଥିବା ସଫେଇ ଦେଇଛନ୍ତି। ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ବନମାଳୀ ଧଳଙ୍କ ସହ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟ ଏବଂ ଅନ୍ୟମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe