ପୁରୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ: ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଖାକିରେ ଲାଞ୍ଚ ଛିଟା: ବର୍ଷକରେ ବନ୍ଧା ହୋଇଛନ୍ତି ୪

ପୁରୀ : ଆଜି ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ଆଉଟ୍‌ସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର୍‌ ବୋଲି ଜଣାପଡ଼ିଛି।

ଭିଜିଲାନ୍ସ ସୂତ୍ରରୁ ହସ୍ତଗତ ଖବର ଅନୁସାରେ, ଗୋପ ଥାନା ଅଞ୍ଚଳର ଜଣେ ଛାତ୍ରଙ୍କ ମେଧାବୃତ୍ତି ପୁରସ୍କାର ରାଶିକୁ ଦେବାପାଇଁ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର ସେନାପତି ୨ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଅଭିଯୋଗ ହେବାପରେ ସେଠାରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଭୁବନେଶ୍ବରରୁ ଆସିଥିବା ଭିଜିଲାନ୍ସ ଟିମ୍‌ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଧୀରେନ୍ଦ୍ର ନେଉଥିବା ଲାଞ୍ଚବାବଦ ୨ ହଜାର ଟଙ୍କାକୁ ଅନ୍ୟ ଜଣେ ଶିକ୍ଷକଙ୍କୁ ଧରାଇ ଦେଇଥିଲେ। ଫଳରେ, ଭିଜିଲାନ୍ସ ଟିମ୍‌ ଧୀରେନ୍ଦ୍ରଙ୍କ ସହିତ ସମ୍ପୃକ୍ତ ଶିକ୍ଷକ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗିରଫ କରିଛନ୍ତି। ପ୍ରହଲ୍ଲାଦ ବ୍ରହ୍ମଗିରିରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ଏହାପରେ ପୁରୀ ଭିଜିଲାନ୍ସ ଟିମ୍‌ ଧୀରେନ୍ଦ୍ରଙ୍କ ଚୁଡ଼ଙ୍ଗ ସାହିସ୍ଥିତ ବାସଭବନରେ ଚଢ଼ଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe