ଯୋଡ଼ା : ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ାସ୍ଥିତ ବାସଭବନରେ ବୁଧବାର ଦିନ ୬ ଜଣିଆ ଭିଲିଲାନ୍ସ ଟିମ୍ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପୈତୃକ ଘର ବେରୁଣାପଦି ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ। ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ଘରେ ପହଞ୍ଚି ତାଙ୍କ ଘରର ମାପଚୁପ କରିଛନ୍ତି। ତେବେ ପୂର୍ବ ମାମଲାର ଚାର୍ଜସିଟ ଦାଖଲ କରାଯିବା ପାଇଁ ଭିଜିଲାନ୍ସ ଏହି ଯାଞ୍ଚ କରିଥିବା ଜଣାପଡ଼ିଛି।
ପୂର୍ବତନ ପ୍ରାଣୀ ଚିକିତ୍ସକଙ୍କ ଘରେ ଭିଜିଲାନ୍ସ ଚଢ଼ଉ
Advertisment
Follow Us