ବେଆଇନ କି‌ରାସିନି ଗୋଦାମରେ ଭିଜିଲାନ୍ସ ଚଢ଼ଉ; ୨ ଗିରଫ, ୯ ହଜାର ୪୭୦ ଲିଟର କିରାସିନି ଜବତ

Advertisment
ବେଆଇନ କି‌ରାସିନି ଗୋଦାମରେ ଭିଜିଲାନ୍ସ ଚଢ଼ଉ; ୨ ଗିରଫ, ୯ ହଜାର ୪୭୦ ଲିଟର କିରାସିନି ଜବତ

ସୋନପୁର/ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଏସପତ୍ରାପାଲି ଗ୍ରାମରେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ବିପୁଳ ପରିମାଣରେ କିରାସିନି ଜବତ କରିଛି।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଗ୍ରାମର ଶିବଚରଣ ସାହୁଙ୍କ ଘରେ ବେଆଇନ ଭାବରେ ବିପୁଳ ପରିମାଣରେ କିରାସିନି ଥିବା ଖବର ପାଇ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବାରେଲ ଗୁଡ଼ିକରେ ଥିବା ୯ହଜାର ୪୭୦ ଲିଟର କିରାସିନି ଜବତ କରାଯାଇଛି। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ସମ୍ବଲପୁର ଜିଲ୍ଲା ବୁର୍ଲା ଇଞ୍ଜିନିୟରିଂ କଲେଜ ପାଖରେ ରହୁଥିବା ମହମ୍ମଦ ଆବାସ ଖାଁ ଏଠାରେ କିରାସିନି ରଖି ବେଆଇନ କାରବାର ଚଳାଉଥିଲେ। ଏହି ଘଟଣାରେ ମହମ୍ମଦ ଆବାସ ଖାଁ ଏବଂ ଶିବଚରଣ ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀ ଏନେଇ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଇନ୍ସପେକ୍ଟର ତପସ୍ବିନୀ ସେଠ, ଇନ୍ସପେକ୍ଟର ସି.ବିଲୁଙ୍ଗ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe