House of Jagatsinghpur CESU's JE
ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଆଜି ରାଜ୍ୟର ତିନୋଟି ଜିଲ୍ଲାରେ ତିନି ଜଣ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ୍ ଚଢ଼ାଉ କରିଛି।
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପାଇବା ପରେ ସୋମବାର ସକାଳେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରେଞ୍ଜ୍ର ଲକ୍ଷ୍ମଣ ଶବରଙ୍କ ଲଡୁଗାଁସ୍ଥିତ ପୈତୃକ ଘର, ଶଶୁର ଘର ଏବଂ ରେଞ୍ଜ ଅଫିସ୍ରେ ଭିଜିଲାନ୍ସ୍ ଚଢ଼ାଉ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2019/12/vig-300x165.jpg)
ସେହିଭଳି ଅନ୍ୟ ଏକ ଅଭିଯୋଗକୁ ଭିତ୍ତିକରି ଜଗତ୍ସିଂହପୁର ସେସୁ-୨ରୁ କନିଷ୍ଠ ଯନ୍ତ୍ରୀ ଦୀପ୍ତିପ୍ରକାଶ ସ୍ୱାଇଁଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ୍ କର୍ମଚାରୀମାନେ ଆଜି ଚଢ଼ାଉ କରିଛନ୍ତି। ତାଙ୍କ ଘରୁ ଭିଜିଲାନ୍ସ୍ ନଗଦ ଟଙ୍କା ଓ ସୁନା ଜବତ କରିଥିବା ଜଣାପଡ଼ିଛି।
ଆଉ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭୁବନେଶ୍ୱର ଭିଜିଲାନ୍ସ୍ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନାଙ୍କ ଯାଜପୁର, ଭୁବନେଶ୍ୱର ଓ ଉମରକୋଟ ବାସଭବନରେ ଚଢ଼ାଉ କରିଛି। ଚଢ଼ାଉ ଜାରି ରହିଥିବାରୁ ହଠାତ୍ କୌଣସି ତଥ୍ୟ ମିଳି ପାରି ନାହିଁ।
Follow Us