ଭିଜିଲାନ୍ସ ହାତରେ ଟିଡିସିସି ଜିଲ୍ଲା ପରିଚାଳକ, କାରରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

Advertisment
ଭିଜିଲାନ୍ସ ହାତରେ ଟିଡିସିସି ଜିଲ୍ଲା ପରିଚାଳକ, କାରରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ସୁନ୍ଦରଗଡ: ଆଜି ସକାଳୁ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଘରକୁ ଯାଉଥିଲେ।

କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ। ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣା ପଡିଥିଲା।

publive-image

ଟିମ ପ୍ରାଥମିକ ଭାବେ ପଚରାଉଚୁରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷରେ ଭିଜିଲାନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe