ଭିଜିଲାନ୍ସ ଛନକା: ଶିକ୍ଷକ ଦୁଷ୍ମନ୍ତଙ୍କ ପରେ କାହା ପାଳି?

ଗଜପତିର ଦୁର୍ନୀତିଗ୍ରସ୍ତ କର୍ମଚାରୀ ମହଲରେ ଆତଙ୍କ

କୋଟିପତି ଫରେଷ୍ଟର ଭିଜିଲାନ୍ସ ଜାଲରେ ପଡ଼ିଲା ପରେ ଦୁର୍ନୀତିଗ୍ରସ୍ତ ବନ ବିଭାଗ କର୍ମଚାରୀ ଛାନିଆ

Odisha Bytes

ପାରଳାଖେମୁଣ୍ତି: ଶିକ୍ଷକ ଦୁଷ୍ମନ୍ତ ନାୟକ ଭିଜିଲାନ୍ସ ଜାଲରେ ଫସିବା ପରେ ବର୍ତ୍ତମାନ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଅନେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ମନରେ ଛନକା ପଶିଯାଇଛି, ଆଗକୁ କାହା ପାଳି? ଏକ ପ୍ରକାର ଆତଙ୍କ ସେମାନଙ୍କ ମଧ୍ୟରେ ଖେଳିଯାଇଛି।

ଦୁଷ୍ମନ୍ତ ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ଏସ୍‌.ପି.ଙ୍କ ସୂଚନା ମୁତାବକ ଦୁଷ୍ମନ୍ତ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଛି ୮ଟି କୋଠା। ଅଧିକା˚ଶ ସହରର ପ୍ରମୁଖ ଜାଗାରେ ଅବସ୍ଥିତ। ‌ସେଗୁଡ଼ିକୁ ଦୁଷ୍ମନ୍ତ ନଗଦ ଟଙ୍କା ଦେଇ କିଣିଛନ୍ତି। ଆଜିକା ଦିନରେ ବଜାର ଦରରେ ସେହି ଘର ଗୁଡ଼ିକର ସାମୂହିକ ମୂଲ୍ୟ ୧୦ କୋଟି ଡେଇଁବ ବୋଲି ଆଲୋଚନା ହେଉଛି।

ଅନେକ ସରକାରୀ କର୍ମଚାରୀ ବିଗତ ୨୦ ବର୍ଷ ମଧ୍ୟରେ ୫ରୁ ୬ଟି କୋଠାର ମାଲିକ ହୋଇ ଯାଇଛନ୍ତି। ୧୯୯୨ ମସିହାରେ ଜିଲ୍ଲା ଗଠନ ହୋଇଥିଲା ଏବ˚ ୨୦୦୦ ମସିହାରେ ଜେ.ଆଇ.ଟି.ଏମ୍‌ ଇଞ୍ଜିନିୟ˚ରି କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସହରରେ ଘର ନିର୍ମାଣ ପାଇଁ ଜାଗା ଦର ଆକାଶଛୁଆଁ ହେବ ବୋଲି ପୂର୍ବ ଆକଳନ କରି ବହୁ ବ୍ୟକ୍ତି ସରକାରୀ, ବେସରକାରୀ ଓ ମନ୍ଦିର ଜମିକୁ ଶାଗମାଛ ଦରରେ କିଣି ନେଇଥିଲେ। ପୁରୁଣାପାଟଣା ରାସ୍ତା, ଫରେଷ୍ଟ ଗେଟ୍‌, ରାଣୀପେଣ୍ଠ ରାସ୍ତା, ରେଳ ଷ୍ଟେସନ ରାସ୍ତା, ଜଙ୍ଗମ ସାହି ରାସ୍ତା ଆଦିରେ ଥିବା ଚାଷ ଜମିଗୁଡ଼ିକ ମଧ୍ୟ ବିକ୍ରି ହୋଇ ଯାଇଥିଲା। ମାତ୍ର ୧୦ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର ପ୍ଲଟ ୧୦ ଲକ୍ଷ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ୨୦ ବର୍ଷ ପରେ ଏହାର ଦର ୨୦ ଲକ୍ଷ ଛୁଇଁ ଥିବାର ଆକଳନ କରାଯାଇଛି। ଯେଉଁ ବ୍ୟକ୍ତିମାନେ ସେତେବେଳେ ୧୦ରୁ ୨୦ଟି ପ୍ଲଟ କ୍ରୟ କରିବାରେ ସମ୍ବଳ ପାଇଥିଲେ ଆଜି ସେମାନେ କୋଟିପତି।
ଦୁଇ ମାସ ମଧୢରେ ଅଧ୍ୟାପକ ଜି.ନାଗେଶ୍ବର ରାଓ ଓ ଶିକ୍ଷକ ଦୁଷ୍ମନ୍ତ ନାୟକ କୋଟି କୋଟି ଟଙ୍କାର ମାଲିକ ବୋଲି ଭିଜିଲାନ୍ସ ପର୍ଦ୍ଦାଫାସ କଲାଣି। ଅନୁସନ୍ଧାନ ଜାରି ରହିଲେ ଅନ୍ତତଃ ଆହୁରି ୧୦୦ କୋଟିପତି ସରକାରୀ କର୍ମଚାରୀ ଧରାପଡ଼ିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe