ସରକାରୀ ଗାଡ଼ିରେ ୧ଲକ୍ଷ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

Advertisment
ସରକାରୀ ଗାଡ଼ିରେ ୧ଲକ୍ଷ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ସରକାରୀ ଗାଡ଼ିରେ ୧ଲକ୍ଷ ୧୦ ହଜାର ଟଙ୍କା ନିଜ ଭଡ଼ାଘରକୁ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା ନେଇ ନିଜ ସରକାରୀ ଗାଡ଼ି (ଓଡି ୦୮ ବି ୬୯୪୯) ଯୋଗେ ଭବାନୀପାଟଣା ସହରସ୍ଥିତ ହିଲଟାଉନ୍ ଲେନ୍ ନଂ ୨ରେ ଥିବା ଭଡ଼ାଘରକୁ ଯାଉଥିଲେ ।

publive-image
ଟଙ୍କା ନେଉଥିବା ଖବର ପାଇ ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଇନ୍ସପେକ୍ଟର୍ କଳାବତୀ ବାଗ, ତ୍ରିଲୋଚନ ଷଡଙ୍ଗୀ, ପ୍ରକାଶ ବେହେରା, ଶିବ ପ୍ରସାଦ ପ୍ରଧାନ, ଗୁଣନିଧି ସାହୁ ପ୍ରମୁଖ ପୂର୍ବରୁ ହିଲ ଟାଉନ ଲେନନଂ ୨ ଠାରେ ଛକି ରହିଥିଲେ । ଗାଡ଼ି ଯିବା ପରେ ଅଟକାଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରାଙ୍କଠାରୁ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହିତ ଜେରା ପାଇଁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିଲେ । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

publive-image

ବିଭିନ୍ନ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବିରୋଧରେ ମୋଟା ରକମର ଟଙ୍କା ନେବା ନେଇ ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ମଣ୍ଡିରେ ଧାନ ପଡ଼ିରହିଥିବା ବେଳେ ମିଲର୍ସମାନଙ୍କ ସହିତ ଫଲ୍ସ ଏଣ୍ଟ୍ରିରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ଚାଷୀମାନେ ମିଲର୍ସମାନଙ୍କ ବ୍ୟାପକ କଟନୀଛଟନୀର ଶିକାର ହେଉଥିବା ଅଭିଯୋଗ ହୋଇଛି । ସବିଶେଷ ତଦନ୍ତ ପରେ ଏହି ଟଙ୍କାର ପ୍ରକୃତ ଗୁମର ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe