ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା: ଓଏସଏସସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼

Advertisment
ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା: ଓଏସଏସସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି) ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣାରେ ଓଏସଏସସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭିଜିଲାନ୍ସର ଦୁଇଜଣ କର୍ମଚାରୀ ତଦନ୍ତ କରୁଛନ୍ତି। ଜଣେ ଭିଜିଲାନ୍ସ ଡିଏସପି ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବାର ସୂଚନା ରହିଛି। ଭିଜିଲାନ୍ସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଥିବା କୁହାଯାଉଛି।

କିନ୍ତୁ ଏସଂପର୍କରେ ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ। ତେଣେ ଏନେଇ ଓଏସଏସସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ମୁହଁ ଖୋଲୁନାହାନ୍ତି।

ସୂଚନାଯୋଗ୍ୟ, ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଭିଜିଲାନ୍ସ କୋଟିକୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ସନ୍ଧାନ ମିଳିବା ପରେ କମିସନରେ ବଡ଼ ଧରଣର ନିଯୁକ୍ତି ଦୁର୍ନୀତି ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି। କେବଳ ବିରଞ୍ଚି ନୁହନ୍ତି, ଏହା ପଛରେ ଏକ ବଡ଼ ରାକେଟ୍‌ ବର୍ଷବର୍ଷ ଧରି କାମ କରୁଛି ଏବଂ ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଆଦାୟ ହେଉଛି ବୋଲି ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ଆରମ୍ଭ ହୋଇଛି। ତେଣୁ ସୋମବାର ଦିନ ରାଜ୍ୟ ସରକାର ବିରଞ୍ଚିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାଧାରଣତଃ ଭିଜିଲାନ୍ସ ଚଢ଼ଉ ବେଳେ କେହି ଧରାହେଲେ ଅଭିଯୁକ୍ତକୁ ଚାକିରିରୁ ନିଲମ୍ବିତ କରାଯାଉଥିବା ବେଳେ ବିରଞ୍ଚିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଘୋ‌ଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe