Ommcom News
ଭୁବନେଶ୍ବର : ଗତକାଲି ସମ୍ବଲପୁର ଭିଜିଲାନ୍ସ ସେଲ୍ର ଇନ୍ସପେକ୍ଟର ମାନସୀ ଜେନାଙ୍କ ସହଯୋଗୀ ମୁକେଶ ସାହୁ ମାମଲା ରଫାଦଫା ପାଇଁ ୧୦ଲକ୍ଷ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଉଭୟ ମାନସୀ ଓ ତାଙ୍କ ସହଯୋଗୀ ମୁକେଶକୁ ଗିରଫ କରିଛି। ଏହା ସହିତ ମାନସୀଙ୍କ ଘରେ ମଧ୍ୟ ଚଢ଼ଉ କରିଛି। ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଵା କହିଛନ୍ତି ଯେ ସବୁ ସରକାରୀ ବିଭାଗରେ ଦୁର୍ନୀତି କରୁଥିବା କର୍ମଚାରୀଙ୍କ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ସେମାନଙ୍କ ଉପରେ ଚଢ଼ଉ କରାଯାଇ ଗିରଫ କରାଯାଉଛି। ଏପରିକି ଭିଜିଲାନ୍ସ ବିଭିନ୍ନ ଡିଭିଜନ୍ ପାଇଁ ଆଭ୍ୟନ୍ତରୀଣ ୟୁନିଟ୍ ଗଠନ କରାଯାଇଛି। ପ୍ରତିଟି କର୍ମଚାରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଉଛି।
Follow Us