ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ହରିପୁର: ଯାଜପୁର ସଦର ଥାନା ଅଧୀନ ଏନ୍‌ଏଚ୍‌-୨୦ ଖରସ୍ରୋତା ନଦୀବନ୍ଧ ଉପରେ ଆଜି ଅପରାହ୍‌ଣରେ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି କୁଆଖିଆ ଥାନା ନରସିଂହପୁର ପଞ୍ଚାୟତ ଉମାଦେବୀ ପାଟଣା (ହରିପୁର )ର ବିଦ୍ୟାଧର ଦାସ (୭୦)।

ଆଜି ଅପରାହ୍‌ଣରେ ଯାଜପୁର ଟାଉନରେ ରହୁଥିବା ସାନପୁଅ ଶିବ ଚରଣ ଦାସ ନିକଟରୁ ସାଇକେଲରେ ଫେରୁଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe