ଅଜଣା ଗାଡ଼ି ଧକ୍କାରେ ସାଇକଲ୍‌ ଆରୋହୀ ମୃତ

Advertisment
ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ମ.ରାମପୁର: ମ.ରାମପୁର ବ୍ଲକ ତୁଜୁଙ୍ଗ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗାଁର ଯୋଗୀନ୍ଦ୍ର ନାଗ (୪୮) ବୋଲି ଜଣାପଡ଼ିଛି। ଯୋଗୀନ୍ଦ୍ର ମ.ରାମପୁରରେ ଏକ ସିଲେଇ ଦୋକାନ କରିଥିବା ବେଳେ ସବୁଦିନ ପରି ଗୁରୁବାର ମଧ୍ୟ କାମ ସାରି ଘରକୁ ସାଇକଲରେ ଯାଉଥିଲେ।

ଏହି ସମୟରେ ତୁଜୁଙ୍ଗ ଗାଁ ରାସ୍ତାରେ ପଛରୁ ଏକ ଗାଡ଼ି ଧକ୍କା ଦେଇଥିଲା। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍ ଯୋଗୀନ୍ଦ୍ରଙ୍କୁ ଉଦ୍ଧାର କରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe