ଲାଞ୍ଚ ନେଇ ଆଇଏଏସ୍‌ ଅଫିସର ଧରାପଡ଼ିବା ଘଟଣା : ଜାମିନ ମିଳିଲାନି, ରିମାଣ୍ଡରେ ବିଜୟ କେତନ

Advertisment

ଚଢ଼ଉ ବେଳେ ୧୧ଲକ୍ଷ ୭୮ ହଜାର ଟଙ୍କା ଜବତ

ଚଢ଼ଉ ବେଳେ ୧୧ଲକ୍ଷ ୭୮ ହଜାର ଟଙ୍କା ଜବତ

ଲାଞ୍ଚ ନେଇ ଆଇଏଏସ୍‌ ଅଫିସର ଧରାପଡ଼ିବା ଘଟଣା : ଜାମିନ ମିଳିଲାନି, ରିମାଣ୍ଡରେ ବିଜୟ କେତନ

Photo: Dailyhunt

ଭୁବନେଶ୍ବର : ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିବା ଆଇଏଏସ୍‌ ଅଫିସର ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କର ଜାମିନ୍‌ ଆବେଦନ ଖାରଜ ହୋଇଛି। ଆଜି ତାଙ୍କୁ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସ୍ବତନ୍ତ୍ର ଜଜ୍‌ ତାଙ୍କର ଜାମିନ୍‌ ଆବେଦନ ଖାରଜ କରିବା ସହ ଜେଲ୍‌ ହାଜତ୍‌କୁ ଯିବା ପାଇଁ ଆଦେଶ ଦେଇଛନ୍ତି। ଅନ୍ୟପଟେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା। କୋର୍ଟରେ ଦାଖଲ ସମସ୍ତ ଦସ୍ତାବିଜକୁ ନଜରରେ ରଖି ସ୍ବତନ୍ତ୍ର ଜଜ୍ ଭିଜିଲାନ୍ସ ଆବେଦନକୁ ମଞ୍ଜୁର ଦେଇଥିଲେ। ଫଳରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଧିକାରୀମାନେ ତାଙ୍କୁ ରିମାଣ୍ଡରେ ନେଇଛନ୍ତି ବୋଲି ସ୍ବତନ୍ତ୍ର ପିପି ହେମନ୍ତ ସ୍ବାଇଁ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ବିଭିନ୍ନ ଯୋଗାଣକାରୀ ସଂସ୍ଥା ଠାରୁ ୨ପ୍ରତିଶତ ପର୍ଯ୍ୟନ୍ତ ପିସି ଆଦାୟ କରିବା ଲାଗି ସେ ନିର୍ଦେଶ ଦେଇଥିଲେ। ଏହାକୁ ସଂସ୍ଥାର ଅଧିକାରୀମାନେ ରେକର୍ଡ କରାଇ ନେଇଥିଲେ। ଏସବୁକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ଅନ୍ୟପଟେ ସମ୍ପୃକ୍ତ ଆଇଏଏସ୍‌ ଅଫିସର କହିଛନ୍ତି ‘ମୋତେ ଫସାଇ ଦିଆଯାଇଛି। ମୁଁ ଲାଞ୍ଚ ନେଇ ନାହିଁ। ମୋର କିଛି ଷ୍ଟାଫ ଓ ଉପରିସ୍ଥ ଅଫିସର୍‌ ଯୋଜନାବଦ୍ଧ ଭାବେ ମୋତେ ଫସାଇଛନ୍ତି।’ ୫ ଦିନ ଧରି ପଚରାଉଚରା ପରେ ଏହା ପଛରେ ଥିବା ରହସ୍ୟ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ବିଜୟ କେତନ ଉପାଧ୍ୟାୟ, ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଠାରୁ ୧୧ଲକ୍ଷ ୭୮ ହଜାର ଟଙ୍କା ଜବତ ହୋଇଛି। ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ, ଲାପ୍‌ଟପ୍, ଡାଏରି ପ୍ରମୁଖ ଜବତ କରାଯାଇଛି। ଆହୁରି ଜଣାପଡିଛି ଯେ ସଂପୃକ୍ତ ଘରୋଇ ବ୍ୟାଙ୍କରେ ଉଦ୍ୟାନ ବିଭାଗର ୪ଟି ଆକାଉଣ୍ଟ ରହିଛି।

ଗତକାଲି ତାଙ୍କୁ ଗିରଫ କରାଯିବା ପ‌ରେ ଆଜି ଭିଜିଲାନ୍ସ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଇଥିଲା। ଏହି ଅଫିସରଙ୍କ ପାଇଁ ଲାଞ୍ଚ ଗ୍ରହଣ କରୁଥିବା ଘରୋଇ ବ୍ୟ‌ାଙ୍କର ରିଲେସନ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଗତକାଲି ୧ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe