ନିଶ୍ଚିନ୍ତକୋଇଲିରେ ଅନୁଗତଙ୍କୁ ଭେଟିଲେ ବିଜୟ: ‘ପୁଅ ଲଢ଼ିବ, ସହଯୋଗ କରନ୍ତୁ’

Advertisment
ନିଶ୍ଚିନ୍ତକୋଇଲିରେ ଅନୁଗତଙ୍କୁ ଭେଟିଲେ ବିଜୟ: ‘ପୁଅ ଲଢ଼ିବ, ସହଯୋଗ କରନ୍ତୁ’

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ସାମିଲ୍ ହେବେ! ଗଲା କିଛିଦିନ ହେବ ଲାଗି ରହିଥିବା ଏହି ଚର୍ଚ୍ଚାକୁ ଆଜି ବଳ ଦେଇଛି ଡେରାବିଶ ବ୍ଲକ୍‌ର ବିଜୟ ଅନୁଗତ ମାନେ ଏକାଠି ହେବା। ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଜୟ ନିଜ ପୁଅ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସ‌ାରେ, ବୈଠକରେ ବିଜୟ ପୁଅର ରାଜ‌ନୈତିକ ଭବିଷ୍ୟତ ସଂପର୍କରେ ଆଲୋଚନା କରିବା ସହିତ ଅନୁଗତ ମାନଙ୍କ ସହଯୋଗ ଓ ସମର୍ଥନ ଲୋଡ଼ିଥିଲେ। ‘ଏଥର ପୁଅ ଲଢିବ, ଆପଣମାନେ ସହଯୋଗ କରନ୍ତୁ’ ବୋଲି କହିଥିଲେ। ଅନୁଗତମାନେ ବି ଏକ ସ୍ବରରେ ଆମେ ଆପଣଙ୍କ ସହିତ ରହିଛୁ, ଶେଷ ଯାଏ ରହିବୁ ବୋଲି କୁଆଡ଼େ କହିଥିବା ଚର୍ଚ୍ଚା ହେଉଛି। ଆସନ୍ତାକାଲି ଗରଦପୁରର ତଳକୁସୁମାସ୍ଥିତ ନିଜ ବାସଭବନକୁ ବିଜୟ ଗରଦପୁର ବ୍ଲକର ୧୮ଟି ଓ ମାର୍ଶାଘାଇ ବ୍ଲକ୍‌ର ୭ଟି ପଂଚାୟତର ପ୍ରମୁଖ ଅନୁଗତ ମାନଙ୍କୁ ଡାକି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପର୍ଯ୍ୟାୟରେ ଅନୁଗତଙ୍କ ସହିତ ବିଜୟଙ୍କ ଏପ୍ରକାର ଆଲୋଚନା ପରୋକ୍ଷରେ ପୁଅ ବି‌ଜେଡିକୁ ଯିବା ବାଟକୁ ପରିଷ୍କାର କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe