ପଛୁଆ ଅଞ୍ଚଳର ସଫଳ ଚାଷୀ ବିଜୟଲକ୍ଷ୍ମୀ : ୩ ଏକର ଜମିରେ ଫଳାଉଛନ୍ତି ସୁନା

Advertisment

ଶିକ୍ଷାଗତ ଯୋଗ୍ୟତା ୧୦ମ, ଗଢ଼ିଛନ୍ତି ୬ ଏସ୍‌ଏଚ୍‌ଜି

ଶିକ୍ଷାଗତ ଯୋଗ୍ୟତା ୧୦ମ, ଗଢ଼ିଛନ୍ତି ୬ ଏସ୍‌ଏଚ୍‌ଜି

ପଛୁଆ ଅଞ୍ଚଳର ସଫଳ ଚାଷୀ ବିଜୟଲକ୍ଷ୍ମୀ : ୩ ଏକର ଜମିରେ ଫଳାଉଛନ୍ତି ସୁନା

ଘୁ.ଉଦୟଗିରି, (ସମୀର ପାଢ଼ୀ): କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରି ହୁଏ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ପଞ୍ଚାୟତର କୁରୁମୁଙ୍ଗିଆ ଗ୍ରାମ କଟାର ସାହିବାସିନ୍ଦା ବିଜୟଲକ୍ଷ୍ମୀ ପ୍ରଧାନ। ନିଜ ଅଗାଢ଼ ଉଦ୍ୟମ ଓ ସାଧନା ବଳରେ ଆଜି ସେ ପଛୁଆ ଅଞ୍ଚଳର ଜଣେ ସଫଳ ଚାଷୀ ଭାବେ ନିଜେ ପରିଚୟ ତିଆରି କରିଛନ୍ତି। ତରଣୀସେନ ପ୍ରଧାନଙ୍କ ପତ୍ନୀ ବିଜୟଲକ୍ଷ୍ମୀ। ପରିବାର କହିଲେ ଗୋଟିଏ ପୁଅ ଝିଅ। ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବିଜୟଲକ୍ଷ୍ମୀ କିଛିବର୍ଷ ତଳେ ସ୍ବାବଲମ୍ବୀ ହେବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଆଉ ସ୍ବାମୀ ତରଣୀସେନ ବି ତାଙ୍କୁ ପ୍ରକାର ସବୁ ପ୍ରକାର ଓ ସମର୍ଥନ ଏବଂ ସହଯୋଗ ଯୋଗାଇଦେଲେ। ପ୍ରଥମେ ବିଜୟଲକ୍ଷ୍ମୀ ନିଜ ସାହିର ୧୦ ଜଣ ମହିଳାଙ୍କୁ ନେଇ ‘ଜ୍ୟୋତିର୍ମୟୀ ମହିଳା ସ୍ୱୟଂ ସହାୟକ’ ଗୋଷ୍ଠୀ ଗଠନ କରିଥିଲେ। ସମସ୍ତ ସଦସ୍ୟା ବ୍ୟବସାୟ ଓ ଚାଷ ନିମନ୍ତେ ଋଣ ଆଣି ନିଜ ନିଜ ବ୍ୟବସାୟ ଏବଂ ଚାଷ କାମ ଆରମ୍ଭ କଲେ। ବିଜୟଲକ୍ଷ୍ମୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନଥିଲେ। ସ୍ବାମୀଙ୍କ ନାମରେ ଥିବା ୩ ଏକର ଜମିରେ ବିଭିନ୍ନ କିସମର ପରିବା ଚାଷ ଆରମ୍ଭ କରି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲେ। ଗାଁ ଠାରୁ ତିନି କିମି ଦୂର ଘଞ୍ଚ ଜଙ୍ଗଲ ପାହାଡ଼ ଘେରାରେ ଥିବା ଜମିକୁ ନି‌ଜେ ଚାଲି ଚାଲି ଯାଇ ପରିବା ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ବର୍ଷକୁ ଦୁଇ ଥର ବିଜୟଲକ୍ଷ୍ମୀ ସେଠାରେ ଧାନ ଚାଷ ସହ ଟମାଟୋ, ମଟର, ବିନ୍ସ, ଫୁଲକୋବି, ବନ୍ଧାକୋବି, ଗାଜର ଓ ଆଳୁ ଚାଷ କରି ବେଶ୍ ଲାଭବାନ୍ ହୋଇଛନ୍ତି। ବଡ଼ ଝିଅ ପାଠପଢ଼ା ସାରି ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିବା ବେଳେ ସାନ ଝିଅ ଡିପ୍ଲୋମା ପଡ଼ୁଛି। ଚାଷ କାମରେ ବିଜୟଲକ୍ଷ୍ମୀଙ୍କୁ ସ୍ବାମୀ ଓ ପୁଅ ସହଯୋଗ କରୁଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ହଳଦି, ଝାଡ଼ୁ ସହ ବିଭିନ୍ନ ସାମଗ୍ରୀ ପଲ୍ଲୀଶ୍ରୀ ମେଳାରେ ବିକ୍ରି ହେଉଛି।

ବର୍ତ୍ତମାନ ବିଜୟଲକ୍ଷ୍ମୀ ୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବା ସହ ମହିଳାଙ୍କୁ ରୋଜଗାରକ୍ଷମ କରାଇବାରେ ଉଦ୍ୟମ ଜାରି ରଖିଛନ୍ତି। ଛେଳି, କୁକୁଡ଼ା ସମେତ ପରିବା ଚାଷ, ଉତ୍ପାଦିତ ସାମଗ୍ରୀକୁ ବଜାରରେ ନେଇ ବିକ୍ରି କରିବା ଆଦି କ୍ଷେତ୍ରରେ ବିଜୟଲକ୍ଷ୍ମୀ ସହଯୋଗ କରିଆସୁଛନ୍ତି। ସାଂପ୍ରତିକ ପରିସ୍ଥିତିରେ ମହିଳା ମାନେ ଯୁଗୋପଯୋଗୀ ହେବା ସହ ଘରର ଚାରିକାନ୍ଥରୁ ବାହାରି ଆତ୍ମନିର୍ଭରଶୀଳ ହେବା ଦରକାର ବୋଲି ବିଜୟଲକ୍ଷ୍ମୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe