Vikash Hospitals
ସମ୍ବଲପୁର: ସହରର ପ୍ରମୁଖ ଘରୋଇ ଡାକ୍ତରଖାନା ବିକାଶ ହସ୍ପିଟାଲରେ ବାଳକିଶନ ପଟୱାରିଙ୍କ ୭୭ତମ ଜୟନ୍ତୀ ଅବସରରେ ହଜାରେ ଜଣ ବ୍ୟକ୍ତି କରୋନା ଟିକା(ବୁଷ୍ଟର ଡୋଜ୍) ପ୍ରଦାନ ସହିତ ନିର୍ଦ୍ଦିଷ୍ଟ କେତେକ ବିଭାଗର ବର୍ହି ବିଭାଗ ରୋଗୀଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ମଧ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବାଳକିଶନ ପଟୱାରି ଚେରିଟେବଲ ଟ୍ରଷ୍ଟ ଏବଂ ବିକାଶ ହସ୍ପିଟାଲ ପକ୍ଷରୁ ମିଳିତ ଏହି ସେବା ପ୍ରଦାନ କରାଯିବ।
ଆସନ୍ତାକାଲି ଅଗଷ୍ଟ ମାସ ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟା ପରଠାରୁ ଏହି ସେବା ଯୋଗାଇ ଦିଆଯିବ। ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଆଗୁଆ ଅନ୍ଲାଇନ୍ ବୁକିଂ କରିପାରିବେ କିମ୍ବା ସିଧାସଳଖ ଡାକ୍ତରଖାନାରେ ପହଂଚି ମଧ୍ୟ ଟିକା ନେଇପାରିବେ ବୋଲି ବିକାଶ ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
Follow Us