ବିକ୍ରମଦେବ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ବଦଳି ଉପରେ ଅଙ୍କୁଶ : ଜବାବ ରଖିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

Advertisment
ବିକ୍ରମଦେବ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ବଦଳି ଉପରେ ଅଙ୍କୁଶ : ଜବାବ ରଖିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

କଟକ : ଅବସର ଗ୍ରହଣର ୪ମାସ ପୂର୍ବରୁ କୋରାପୁଟ ବିକ୍ରମଦେବ ସ୍ୱୟଂଶାସିିତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ବଦଳି ଉପରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବାକୁ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷା ଚନ୍ନା ସାବିତ୍ରୀଙ୍କୁ ପାରଳାଖେମୁଣ୍ଡିସ୍ଥିତ ଏସ୍‌.କେ.ସି.ଜି. ସ୍ୱୟଂଶାସିତ କଲେଜକୁ ବଦଳି ପାଇଁ ୨୦୧୮, ଅଗଷ୍ଟ ୧ରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ଅବସର ଗ୍ରହଣ ଆଉ ମାତ୍ର ଚାରି ମାସ ଥିବା ବେଳେ ତାଙ୍କୁ ବଦଳି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ସେ ସ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍‌.ଏମ୍‌.ପ୍ରହରାଜ ଓ ବିଚାରବିଭାଗୀୟ ସଦସ୍ୟ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉଚ୍ଚଶିକ୍ଷା ବିଭାଗକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଛନ୍ତି। ଜବାବ ଦାଖଲ ପରେ ଆବେଦନକାରୀ ଚାହିଁଲେ ପ୍ରତିଜବାବ ଦାଖଲ କରି ପାରିବେ ଓ ୬ ସପ୍ତାହ ପରେ ମାମଲର ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ଆବେଦନକାରୀ ପୂର୍ବ ଭଳି ବିକ୍ରମଦେବ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ପାରିବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe