ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଜୁନ୧ରୁ ଆରମ୍ଭ ହେବ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ

Advertisment

ବିଜ୍ଞପ୍ତି ଗେଜେଟ୍ ପ୍ରକାଶନ ପାଇଁ ଗଲା, ୨୦୨୩ରୁ ହେବ ପ୍ରଥମ ଶିକ୍ଷାବର୍ଷ

ବିଜ୍ଞପ୍ତି ଗେଜେଟ୍ ପ୍ରକାଶନ ପାଇଁ ଗଲା, ୨୦୨୩ରୁ ହେବ ପ୍ରଥମ ଶିକ୍ଷାବର୍ଷ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଜୁନ୧ରୁ  ଆରମ୍ଭ ହେବ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ

ଜୟପୁର: ଜୟପୁର ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ  ରାଜ୍ୟସରକାର ବିଶ୍ବବିଦ୍ୟାଳୟ ସ୍ବୀକୃତି ଦେବା ସହ ୭୫ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଜୁନ ୧ତାରିଖ ପର୍ଯ୍ୟନ୍ତ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ବଦଳରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ନାଁରେ ଏହି  ମହାବିଦ୍ୟାଳୟର ସମସ୍ତ ସରକାରୀ କାଗଜପତ୍ର ଓ ପାଠ୍ୟକ୍ରମ ଅନୁଯାୟୀ ପାଠ ପଢ଼ା ଚାଲିବା ସହ  ଜୁନ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ହିଁ ରହିବ। ଅପରପକ୍ଷରେ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ଏହାକୁ  ବିଶ୍ବବିଦ୍ୟାଳୟ ଭାବେ ପ୍ରସ୍ତୁତ କରିବା ପାଇଁ କାଗଜପତ୍ର ଆରମ୍ଭ କରାଯାଇଛି।

ଆସନ୍ତା ଜୁନ ୧ତାରିଖରୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଭାବେ ଏହାକୁ  କାର୍ଯ୍ୟକାରୀ କରିବାକୁ  ନେଇ ଉଚ୍ଚଶିକ୍ଷାବିଭାଗ ଚିଠି ନଂ ୪୬୪୨ରେ ଦର୍ଶାଇବା ସହ ଏହି ବିଜ୍ଞପ୍ତିକୁ ଗେଜେଟ୍ ପ୍ରକାଶନ ପାଇଁ ପଠାଇଛନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ।  ଗେଜେଟ୍ ନୋଟିଫିକେସନ୍ କରିବା ପାଇଁ କଟକସ୍ଥିତ ରାଜ୍ୟସରକାରଙ୍କ ପ୍ରିଣ୍ଟିଂ ଓ ପବ୍ଲିକେଶନ୍ ଗେଜେଟ୍ ସେଲକୁ ଅବଗତ କରାଇଛନ୍ତି। ୧୦୦ଟି ସ୍ବତନ୍ତ୍ର ଭାବେ କପି ଛାପି ଏହାକୁ ଉଚ୍ଚଶିକ୍ଷା ବିଭାଗକୁ ଦେବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ନକଲ ଦିଆଯାଇଛି।

ଏହା ସହ ଏହି ଚିଠିର ନକଲ ରାଜ୍ୟପାଳ ତଥା କୁଳପତିଙ୍କ କମିଶନର ତଥା ସଚିବ, ମୁଖ୍ୟମନ୍ତ୍ରୀ ଓ  ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ସଚିବ ସହ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି ପ୍ରମୁଖ ସଚିବ। ନୂଆ ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ୨୦୨୩ ଶିକ୍ଷାବର୍ଷରେ ପାଠ ପଢ଼ା ଆରମ୍ଭ ହେବ। ଏଥି ପାଇଁ ଜୁନରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ହେବ। ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଜିଲ୍ଲା କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରୀର ସମସ୍ତ କଲେଜ ଜୁନ ୧ତାରିଖରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରୁ ବାଦ୍ ପଡ଼ିବେ। ୪ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ସେହି ଦିନଠାରୁ ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ସାମିଲ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe