ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲ୍‌‌ରେ ଅସୁସ୍ଥ ହେବାରୁ ଆଜି ତାଙ୍କୁ କଡ଼ା ପୁଲିସ ସୁରକ୍ଷାରେ ଏମ୍‌କେସିଜି ମେଡିକାଲକୁ ଅଣାଯାଇଥିଲା। ପ୍ରଥମେ ମେଡିସନ୍‌ ବିଭାଗ ଓ ପରେ ସର୍ଜରି ଓ ଏବଂ ଡେଣ୍ଟାଲ୍‌ ବିଭାଗରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଚିକିତ୍ସା ପରେ ତାଙ୍କୁ ପୁଣିଥରେ ଜେଲ୍‌କୁ ନିଆଯାଇଥିଲା।  ଏହି ସମମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିକ୍ରମ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ‘ମୁଁ ନିର୍ଦ୍ଦୋଷ, ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି ଓ ବିଜେଡିକୁ ବଦନାମ୍ କରିବାକୁ ଷଡ୍‌ଯନ୍ତ୍ର ହୋଇଛି।

Advertisment

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

ଏହାପଛରେ ରାଜନୈତିକ ସମ୍ପୃକ୍ତି ରହିଛି। ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି ଓ ମୋତେ ନିଶ୍ଚିତ ନ୍ୟାୟ ମିଳିବ’ ବୋଲି କହିଛନ୍ତି। ପ୍ରକାଶଥାଉ କି ଗତବର୍ଷ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ତଥା ବିଜେପି ନେତା ପୀତବାସଙ୍କୁ ବୈକୁଣ୍ଠନଗର ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ପୂର୍ବତନ ବିଧାୟକ ବିକ୍ରମ, ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁ, ବିଜେଡି ନେତା ମଦନ ଦଳାଇ, କର୍ପୋରେଟର୍‌ ମଳୟ ବିଷୋୟୀଙ୍କ ସମେତ ୧୬ଜଣଙ୍କୁ ଗିରଫ କରିଥିଲା। ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇ ସାରିଛି। ୧୫ଜଣ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ପିଣ୍ଟୁଙ୍କୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

Controversy: ହିମନ୍ତଙ୍କ ରାଇଫଲ ଧରିଥିବା ଏଆଇ ଫଟୋକୁ ନେଇ ବିବାଦ